Monday, 22/April/2024 02:50
Mo Dhenkanal
ଢେଙ୍କାନାଳ ଖବର

ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ଗଁନ୍ଦିଆ ବ୍ଲକ ପିଂଗୁଆ ମିନି ଷ୍ଟାଡିୟମରେ ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ ସ୍ମାରକୀ କ୍ରିକେଟ୍ ଟୁରନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଗଁନ୍ଦିଆ ଓ ବାଘୁଆବେନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଗଁଦିଆ କ୍ରିକେଟ୍ କ୍ଲବ ଟସ୍ ଜିତି ୨୦ ଓଭରରେ ଆଠ ୱିକେଟ୍ ବିନିମୟରେ ୨୪୫ ରନ୍ କରିଥିଲା । ଜବାବରେ ବାଘୁଅବେନା କ୍ରିକେଟ୍ ସମସ୍ତ ୱିକେଟ୍ ହରାଇ ୨୩୮ ରନ୍ କରି ପରାଜିତ ହୋଇଥିଲା ।ମନୋଜ କୁମାର ସେଠୀଙ୍କୁ ମ୍ୟାନ ଅଫ୍ ଦି ଓ ରବୀନ୍ଦ୍ର କୁମାର ନାୟକ ଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଜଗଜିତ ବାରିକ ଓ ମିତୁନ୍ ବାରିକ ଖେଳ ପରିଚାଳନା କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜ୍ଞାନ ରଂଜନ ସିଂ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଅନ୍ତର୍ଯ୍ୟାମୀ ବାରିକ ଓ ବିଶେଷ ଅତିଥି ଭାବେ ନଟବର ଓଝା, ପ୍ରକାଶ କୁମାର ପଣ୍ଡା ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲାବେଳେ ପରାଜିତ ଦଳକୁ ରନର୍ସ ଅଫ୍ ପୁରସ୍କାର ପ୍ରଦାନ କରିଥିଲେ ।ବାବା ବୁଢ଼ାଦିଅଁ କ୍ରିକେଟ୍ ଟିମ୍ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସତିଶ କୁମାର ଦାସ ଓ ସଂପାଦକ କଲ୍ୟାଣ ଭାରତୀ ସାହୁଙ୍କ ସମେତ ସମସ୍ତ ସଭ୍ୟ ସହାୟୋଗ କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

3 × five =