Sunday, 08/September/2024 09:19
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ 62 ତମ ଜାତୀୟ ଫର୍ମାସୀ ସପ୍ତାହ ପାଳିତ ହୋଇ ଯାଇଛି l

ଏହି ଅବସରରେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଜିଲ୍ଲା ସଭାପତି ବିଜୟ ମିଶ୍ର, ସମ୍ପାଦକ ସୀତାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ଅନିଲ କୁମାର ସାହୁ ପୂର୍ବତନ ରାଜ୍ୟ ସମ୍ପାଦକ ଦିପ୍ତୀରଞ୍ଜନ ସ୍ୱାଇଁ ପ୍ରମୁଖ ଏହି ବୈଠକ ପରିଚାଳନା କରିଥିଲେ l

FB_IMG_1686103726896
Picsart_22-04-11_10-18-21-175

ଏହି ବୈଠକ ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂତନ ଫର୍ମାସୀ କ୍ୟାଡର ପାଇଁ ଫାର୍ମାସିଷ୍ଟ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ l

IMG-20230205-WA0003
Picsart_22-04-11_10-18-21-175

ବରିଷ୍ଠ ଫାର୍ମାସିଷ୍ଟ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ପାଣି,ଫାର୍ମାସିଷ୍ଟ ମାନଙ୍କ ନାମକରଣ ରେ ପରିବର୍ତ୍ତନ ହୋଇ ଫର୍ମାସୀ ଅଫିସର ହୋଇଥିବାରୁ ଏଥିପାଇଁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୀରବ ଛିନ୍ନ ଭାବେ କାମ କରୁଥିବା ଫାର୍ମାସିଷ୍ଟ ମାନଙ୍କ ଗୁରୁତ୍ୱ ବିଷୟରେ ସମ୍ୟକ ଦୃଷ୍ଟିପାତ କରିଥିଲେ l

Picsart_22-04-11_10-18-21-175

ଅନ୍ୟ ସମ୍ମାନୀତ ଅତିଥି ଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ ମହାଶୟା ବରିଷ୍ଠ କିରାଣୀ ଯଶୋବନ୍ତ ସାହୁ ମହୋଦୟ ଏହି ବୈଠକ ରେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ର ଗୁରୁତ୍ୱ ଅବତାରଣା କରିଥିଲେ lଆଜିର ବୈଠକ ରେ ଜିଲ୍ଲାର ପାଖାପାଖି 50 ଜଣ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ l

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

5 − 1 =