Sunday, 08/September/2024 11:03
Mo Dhenkanal
ଢେଙ୍କାନାଳ ଖବର

୪ର୍ଥ କପିଳାସ ମହୋତ୍ସବ ୨୦୨୨ ଉଦଘାଟିତ !

ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୦ବର୍ଷ ପୂର୍ତ୍ତି ଅବସରରେ ୪ର୍ଥ କପିଳାଶ ମହୋତ୍ସବ ମଶାଲ ଶୋଭଯାତ୍ରା, ଭଜନ ସମାରୋହ ସହ ପର୍ବତାରୋହଣ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ପୀଠ କପିଳାଶ ଠାରେ ଉଦ୍ଘାଟିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଉଦଘାଟନ ଉତ୍ସବରେ ଉଦଘାଟକ ଭାବେ ଜିଲାପାଳ ସରୋଜ କୁମାରେ ସେଠୀ, ଜିଲା ପରିଷଦ ସଭାପତି ଅର୍ଜନା ପୁହାଣ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ସମାଜସେବୀ ଓ ଶିଳ୍ପଦ୍ୟୋଗୀ ଗଙ୍ଗାଧର ସାମଲ, ସମାଜସେବୀ ସୁକାନ୍ତ କୁମାର ମିଶ୍ର, ରାଜ୍ୟ ଲୋକକଳା ସଂଘ ଉପସଭାପତି ଅବନୀ କୁମାର ମିଶ୍ର,

IMG-20230205-WA0003
Picsart_22-04-11_10-18-21-175

ବରିଷ୍ଠ ସାମ୍ବାଦିକ ରତନ ନାୟାର, ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟ ସ୍ବରୁପ ଦାସ, ବରିଷ୍ଠ କଳାକାର ଶତୃଘ୍ନ ମାଟି, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପାଟସାହାଣୀ, ହାସ୍ୟ ଅଭିନେତା ଅରିବନ୍ଦ ସାହୁ, ସମାଜସେବୀ ରୁବି ବିଶ୍ବାଳ, ଅକ୍ଷୟ କୁମାର ମହାପାତ୍ର ଓ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ ।

Picsart_22-04-11_10-18-21-175

ପ୍ରଥମେ ମନ୍ଦିରରୁ ମଶାଲକୁ ପୂଜାର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ଆସିବା ପରେ ଅତିଥିମାନେ ପର୍ବତାରୋହଣ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ଏନ୍‌ସିସି, ଏନ୍‌ଏସ୍ଏସ୍, ତାଇକୋଣ୍ଡୋ ଆସ୍ସୋସିଏସନର ଛାତ୍ରଛାତ୍ରୀ, ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟସଦସ୍ୟା, ଭୁବନେଶ୍ଵର ମାଉଂଟେନରିଙ୍ଗ୍ ସ୍କୁଲର ଛାତ୍ରୀଛାତ୍ର ଓ ବିଭିନ୍ନ ବର୍ଗ ଛାତ୍ରୀଛାତ୍ରମାନେ ସାମିଲ ହୋଇଥିଲେ। ଏହି ପର୍ବତାରୋହଣ କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।

ପରେ ଅନୁଷ୍ଠାନ ପକ୍ଷରୁ ପବିତ୍ର ବଡଓଷା ଉପଲକ୍ଷେ ମନ୍ଦିର ବେଢାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ଉପସ୍ଥିତ ପୂଜକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଭକ୍ତ ମାନଙ୍କ ନିମନ୍ତେ ଅନ୍ନପ୍ରସାଦ ବଣ୍ଟନ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମାଇକ୍ରୋମିଡିଆ ନିର୍ଦ୍ଦେଶକ ଅଥୟ ସାହୁ ପରିଚାଳନା କରିଥିଲେ । ଅନୁଷ୍ଠାନର ସଦସ୍ୟ ତଥା ଏହି ମହୋତ୍ସବର ଆବାହକ ଇଂ ସୌମ୍ୟବ୍ରତ ସାହୁଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

ଅନୁଷ୍ଠାନର ୨୦ ବର୍ଷ ପୂର୍ତି ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତବର୍ଷ ନଭେମ୍ବର ୧୧, ୧୨ ଓ ୧୩ ତିନି ଦିନ ଧରି ଗୋପବନ୍ଧୁ ଟାଉନହଲ ଠାରେ ହୁଲହୁଳି, ଶଙ୍ଖ ବାଦନ, ସୁଗୃହିଣୀ, ବକ୍ତୃତା, ଝୋଟି, ମେହେନ୍ଦି, ଗୀତ, ତବଲା, କି-ବୋର୍ଡ, ଫ୍ୟାନ୍ସି ଡ୍ରେସ, ରାମ୍ପଶୋ, ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ଲଘୁନୃତ୍ୟ, ଦଳଗତ ନୃତ୍ୟ ବିଭିନ୍ନ ବର୍ଗରେ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ ରାଜ୍ୟର ବିଭିନ୍ନ ପ୍ରତିଭା ଧାରୀ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସଙ୍ଗେ ସଙ୍ଗେ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ ପରି ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

seventeen − sixteen =