Sunday, 06/October/2024 04:55
Mo Dhenkanal
ଢେଙ୍କାନାଳ ଖବର

5T ସ୍କୁଲ ରୂପାନ୍ତରୀକରଣରେ ୪୧ ହାଇସ୍କୁଲ ଲୋକାର୍ପିତ।।

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲାରୁ କୋଭିଡ ସ୍ଥିତି କମିବା ପରେ ଧୀରେଧୀରେ ଶିକ୍ଷାନୁଷ୍ଠାନ ଗୁଡିକ ଚଳଚଞ୍ଚଳ ହେବାରେ ଲାଗିଛି | ପ୍ରାରମ୍ଭିକ ଭାବେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ମୁହାଁ ହୋଇଛନ୍ତି | ଏପଟେ ରାଜ୍ୟ ସରକାରଙ୍କ 5T ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅନୁସାରେ ଆଜି ଢେଙ୍କାନାଳ ଜିଲ୍ଲାର ମୋଟ ୮ଟି ବ୍ଲକର ୪୧ଟି ହାଇସ୍କୁଲର ରୂପାନ୍ତରୀକରଣ ଲୋକାର୍ପିତ ହୋଇଯାଇଛି |

IMG-20230205-WA0003
Picsart_22-04-11_10-18-21-175

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନ ଭିସି ଜରିଆରେ ଆଜି ଏହି ସ୍କୁଲ ଗୁଡିକର ଉଦଘାଟନ କରିଛନ୍ତି |

Picsart_22-04-11_10-18-21-175

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ସହରାଞ୍ଚଳ ସ୍ଥିତ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟଅତିଥି ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଏଡ଼ିଏମ ଶଶାଙ୍କ ଶେଖର ଦାସ, ଡିଇଓ ନିବେଦିତା ପାଣି, ସଦର ବ୍ଲକ ଅଧ୍ୟକ୍ଷା ପଦ୍ମିନୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତୀ ନାୟକ, ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ |

କାର୍ଯ୍ୟକ୍ରମକୁ ରାଜ୍ୟ ଲୋକକଳା ସଂଘ ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିଲେ |
୫ଟି ହାଇସ୍କୁଲ ରୂପାନ୍ତରୀକରଣ ମଧ୍ୟରେ ମୋଟ ୩ମାସ ମଧ୍ୟରେ ସ୍କୁଲରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଛି | ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ସଦର ବ୍ଲକର ୨ଟି, ଗଁଦିଆର ୩ଟି, ହିନ୍ଦୋଳର ୫ଟି, ଓଡାପଡାର ୬ଟି, ଭୁବନର ୫ଟି, କାମାକ୍ଷାନଗରର ୫ଟି, ପରଜଙ୍ଗର ୩ଟି ଓ କଙ୍କଡ଼ାହାଡ଼ର ୧୦ଟି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଛି | ତେବେ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ପ୍ରତ୍ୟେକ ସ୍କୁଲରେ ୨ଟି ସ୍ମାର୍ଟ କ୍ଲାସରୁମ ନିର୍ମାଣ କରାଯାଇଛି | ଯେଉଁଥିରେ ପିଲାଙ୍କ ପଢିବା ନିମନ୍ତେ ଏଲଇଡି ରଖାଯାଇଛି | ସେହିପରି ଅତ୍ୟାଧୁନିକ ବିଜ୍ଞାନ ଗୃହ, କମ୍ପ୍ୟୁଟର ଗୃହ, ସ୍ପୋର୍ଟ୍ସ ଇନ୍ଫ୍ରାଷ୍ଟ୍ରକ୍ଚର, ସାନିଟାଇଜର, ଥଣ୍ଡା ପାନୀୟଜଳ ଯନ୍ତ୍ର, ସୁଲଭ ଶୌଚାଳୟ, ଡଷ୍ଟବିନ, ଇ-ପାଠାଗାର, କ୍ୟାଣ୍ଟିନ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି | ତେବେ ଶତାୟୁ ବିବି ହାଇସ୍କୁଲରେ ଏହି କାର୍ଯ୍ୟକ୍ରମ ଅନୁସାରେ, ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମନ୍ତେ ସ୍ୱତନ୍ତ୍ର ରାସ୍ତା, ଇଣ୍ଟରାକ୍ଟିଭ ବୋର୍ଡ, ଔଷଧୀୟ ବଗିଚା, ପ୍ରେକ୍ଷାଳୟ ଓ ମିନି ପାର୍କ ନିର୍ମାଣ କରାଯାଇଛି | ସବୁଠୁବଡ଼ କଥା, ପୁରୀ ଜିଲ୍ଲାର ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ଢାଞ୍ଚାରେ ଏହି ସ୍କୁଲ ପ୍ରାଙ୍ଗଣରେ ମଧ୍ୟ ଏକ ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ ନିର୍ମାଣ କରାଯାଇଛି | ଚାରିପାର୍ଶ୍ଵ ପ୍ରାକୃତିକ ପରିବେଶ ମଧ୍ୟରେ ଶିକ୍ଷାର୍ଥୀମାନେ ଏଠାରେ ପୁସ୍ତକ ଅଧ୍ୟୟନ କରିପାରିବେ ବୋଲି ସ୍କୁଲ ତରଫରୁ ସୂଚନା ମିଳିଛି |

ସେହିପରି ଢେଙ୍କାନାଳ ପୌରପାଳିକା ତରଫରୁ ବିଦ୍ୟାଳୟକୁ ବଡ଼ ଡଷ୍ଟବିନ ମଧ୍ୟ ପ୍ରଦାନ କରାଯାଇଛି | କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ |

ଢେଙ୍କାନାଳରୁ ଲୋପାମୁଦ୍ରା ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ ।।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

fifteen + seven =