Monday, 07/October/2024 10:14
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଗରିମାମୟ ଉତ୍ସବ ପାଳିତ

ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ କୋଭିତ୍ ନିୟମ ପାଳନ କରାଯାଇ ତା ୨୦.୦୭.୨୦୨୧ ରିଖ ରାଜ ଭବନଠାରେ ଏକ ଗରିମା ମୟ ଉତ୍ସବ ପାଳନ କରାଯାଇଥିଲା । ରାଜ୍ୟର ମହାମହିମ ରାଜ୍ୟପାଳ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଗୌରବାନ୍ବିତ କରିଥିଲେ । ଅନ୍ୟମାନଙ୍କ ଗହଣରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୂଖ୍ୟ ସଚିବ ଓଡ଼ିଶା ସରକାର, ପ୍ରମୁଖ ଶାସନ ସଚିବ ଅର୍ଥ ବିଭାଗ ଓଡ଼ିଶା ସରକାର ଏବଂ ମୂଖ୍ୟ ମହା ପ୍ରବନ୍ଧକ ନାବାର୍ଡ ଓଡ଼ିଶା ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ଢେଙ୍କାନାଳ ଏଆଇସି ଭିଡ଼ିଓ କଫେରେସିଂ ହଲରେ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରା ଜିଲ୍ଲାପାଳ, ଢେଙ୍କାନାଳ ଏବଂ ଏଲ୍. ଡ଼ି.ଏମ୍., ଡ଼ି.ଡ଼ି.ଏମ୍. ନାବାର୍ଡ ମଧ୍ୟ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ତରଫରୁ ଢେଙ୍କାନାଳ, ଜିଲ୍ଲା 0ପାଳ କଂଙ୍କଡ଼ାହାଡ଼ ବ୍ଲକ୍‌ର ସାହାଲ ଗ୍ରାମର ଏକ ଦମ୍ପତ୍ତା ଶ୍ରୀ ମାନସ ଦେହୁରୀ ଓ ଶ୍ରୀମତୀ ରିଲି ଦେହୁରୀଙ୍କୁ ପୁରସ୍କୃତ କରିଥିଲେ । ନାବାର୍ଡର ଜଳ ସେଚନ ପ୍ରକଳ୍ପ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ ଫର ଇକୋଲୋଜିକାଲ ସିକ୍ୟୁରିଟି (ଜି.ଇ.ଏସ୍.) ଦ୍ଵାରା ହୋଇଥିଲା ଯାହା ଫଳରେ ସେମାନଙ୍କର ପରିବାରର ଆୟ ଟ. ୪୫,୦୦୦ଙ୍କା ବୃଦ୍ଧି ପାଇଛି ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲାରେ କୃଷି ଓ ଗ୍ରାମାଞ୍ଚଳର ବିକାଶ ପାଇଁ ନାବାର୍ଡକୁ ପ୍ରଶଂସା କରିଥିଲେ । ବିଗତ ବର୍ଷ ମାନଙ୍କରେ ୨୯ ୧୪ଟି ପ୍ରକଳ୍ପ ବାବଦକୁ ନାବାର୍ଡ ୯୨୬.୯୬ କୋଟି ଅର୍ଥ ସିଆଇଡିଏଫ୍ ( ଗ୍ରାମାଞ୍ଚଳ ଭିତ୍ତଭୂମି ବିକାଶ କାର୍ଯ୍ୟକ୍ରମ) ନିମନ୍ତେ ସହାୟତା ପ୍ରଦାନ କରାଯାଇଛି । ୧୦୦୦ରୁ ଅଧିକ ପରିବାର ଉପକୃତ ହୋଇଥିବା ୪୦୦୦ ହେକ୍ଟରରୁ ଅଧିକ ଜମିକୁ କଙ୍କଡ଼ାହାଡ଼ ବ୍ଲରେ ଜଳ ବିଭାଜିକା ପ୍ରକଳ୍ପ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ବଗିଚା ବିକାଶ ହୁଏତିଆଇ ମାଧ୍ୟମରେ ୫୦୦ ଆଦିବାସୀ ପରିବାରର ସ୍ଥାୟୀ ଆୟବୃଦ୍ଧି ପାଇଁ କଙ୍କଡ଼ାହାଡ଼ ଏବଂ ହିନ୍ଦୋଳ ବୁରେ ଆଦିବାସୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଥିଲା । ସଦର, ପରଜଙ୍ଗ, ର୍ଗନ୍ଦିଆ ଓ କଙ୍କଡ଼ାହାଡ଼ ବ୍ଲରେ ଉନ୍ନତ ବଜାର ପ୍ରବେଶ ପାଇଁ କୃଷି ଉତ୍ପାଦନ ସଂଗ୍ରହ ପାଇଁ କୃଷକ ଉତ୍ପାଦକ କମ୍ପାନି ଗୁଡ଼ିକୁ ପ୍ରୋତ୍ସାହନ କରାଯାଇଥିଲା । ଛତୁଚାଷ, ପଲିଥିନ୍ ପ୍ରସ୍ତୁତ, ଖାଦ୍ୟ ପ୍ରକ୍ରିୟା କରଣ, ଫିନାଇଲ୍ ପ୍ରସ୍ତୁତି, ପନି ପରିବା ନର୍ସରୀ ଓ ପଛ ପଟ କୁକୁଡ଼ା ପାଳନ ଆଦି ନିମିତ୍ତ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷଣ କରାଯାଇଥିଲା ଯାହା ସେମାନଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିଛି । କଙ୍କଡ଼ାହାଡ଼ ଓ ଗଁଦିଆ ବ୍ଲକ୍ ପାହାତିଆ ଗ୍ରାମ ଗୁଡ଼ିକରେ ଜଳ ଅଭାବକୁ ଦୂର କରିବା ପାଇଁ ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ କରାଯାଇଛି । ଆର୍ଥିକ ଅନ୍ତର୍ଭୁକ୍ତ ଅନୁଯାୟୀ ନାବାର୍ଡ ଟେକ୍ନୋଲୋଜି ବ୍ୟାଙ୍କ୍ ର ପ୍ରୋତ୍ସାହନ ଆର୍ଥିକ ସ୍ଵାକ୍ଷରତା କାର୍ଯ୍ୟକ୍ରମ ପରିଚାଳନା ଓ ଆର୍ଥିକ ସ୍ଵାକ୍ଷରତା କେନ୍ଦ୍ର ପ୍ରତିଷ୍ଠାରେ ବ୍ୟାଙ୍କ ଗୁଡିକୁ ସୟାୟତା କରେ । କ୍ରେଡ଼ିଟ୍ ଯୋଜନା, କ୍ରେଡିଟ୍ ମନିଟରିଂ, ବ୍ୟାଙ୍କୁ ଲିଙ୍କ ଜ୍ ଏବଂ ବଳରାମ (ଜେଏଜି ବ୍ୟାଙ୍କ୍ ଲିକେଜ୍) ପାଇଁ ନାବାର୍ଡ ଅନୁକ୍ରମଣିକା ଭୂମିକା ଗ୍ରହଣ କରିଥାଏ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

3 × 5 =