Thursday, 25/April/2024 09:54
Mo Dhenkanal
ଢେଙ୍କାନାଳ ଖବର

ମନେ ପଡନ୍ତି ପାହାଡି କନ୍ୟା କଳ୍ପନା

FB_IMG_1686103726896
Picsart_22-04-11_10-18-21-175

୨୦୦୮ ମେ’ ୨୧ରେ ପ୍ରଥମ ଓଡ଼ିଆ ଭାବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ ଏବଂ ୨୦୧୯ ମେ’ ୨୩ରେ ଦ୍ବିତୀୟ ଥରଏଭେରେଷ୍ଟ ଆରୋହଣ ପରେ ଇହଲୀଳା ସମ୍ବରଣ ଗୋଟିଏ ଦିନ ବ୍ୟବଧାନରେ ଏହି ଦୁଇଟି ଦିବସ ପଡୁଥିବାରୁ ଓଡ଼ିଶା କ୍ରୀଡ଼ା ଦୁନିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।କଳ୍ପନା ଦାସ ଓଡିଶାର ପର୍ବତାରୋହଣ କ୍ଷେତ୍ରରେ ଏକ ଅନନ୍ୟ ନାମ ଏବଂ ଏକ ଅନନ୍ୟ ପ୍ରତିଭା। ସେ ଥିଲେ ଓଡ଼ିଶାର ଯୁବ ପର୍ବତାରୋହୀ ମାନଙ୍କର ଏକ ଆଦର୍ଶ ସେ ଥିଲେ ଓଡ଼ିଶାର ପ୍ରଥମ ତଥା ଦୁଇଦୁଇ ଥର ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟକୁ ସଫଳତାର ସହ ଆରୋହଣ କରିଥିବା ପ୍ରଥମ ଓଡ଼ିଆ। କଳନାଙ୍କ ଜନ୍ମ ୭ ଜୁଲାଇ ୧୯୬୬ ମସିହା ଢେଙ୍କାନାଳ ଜିଲ୍ଲା ସାରିଆପଦା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ମା’ ଶୈଳବାଳ ଦାସ ଏବଂ ପିତା ଗୁଣନିଧି ଦାସଙ୍କ ଅଲିଅଳି ଝିଅ କଳ୍ପନା ଛୋଟବେଳୁ ଏଭେରେଷ୍ଟ ପାହାଡ଼ ଚଢିବା ନିଶା ତାଙ୍କୁ ଭବିଷ୍ୟତରେ ଏକ ଦକ୍ଷ ପର୍ବତାରୋହୀ ଭାବେ ଠିଆ କରିଥିଲା। ଜଗତରନାଥ ଜଗନ୍ନାଥଙ୍କୁ ଭଲ ପାଉଥିବା କଳ୍ପନା ପତିତପାବନ ବାନାକୁ ଏଭେରେଷ୍ଟର ଶୀର୍ଷରେ ଲଗାଇଥିଲେ । ଭିତରେ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ପାହାଡ଼ ଚଢିବା ନିଶାରୁ ସେ ଦୂରେଇ ରହି ପାରି ନଥିଲେ । ମାଉଣ୍ଟ ଏଲବ୍ରସ୍, ମାଉଣ୍ଟ କିଲିମାଂଜୋରୋ, ଆକଙ୍କଗୁଆ ଆଦି ବହୁତ ପର୍ବତ ଆରୋହଣ କରିଥିଲେ।ପୁନର୍ବାରଏଭେରେଷ୍ଟ ଚଢିବା ନିଶା ତାଙ୍କୁ ବହୁ ସମୟ ଅଟକାଇ ପାରିନଥିଲା।ଶେଷରେ ସେ ୨୦୧୯ ମସିହାରେ ପୁନର୍ବାର ଏଭେରେଷ୍ଟ ଚଢିବା ପାଇଁ ମନବଳାଇଥିଲେ। ।ମନରେ ଦୃଢ ଇଛା, ଆଶା ତାଙ୍କୁ ୫୩ ବର୍ଷ ବୟସରେ ମଧ୍ୟ ଅଟକାଇ ପାରିନଥିଲା। ସେ ୨୩ ମଇ ୨୦୧୯ରେ ପୁନର୍ବାର ଏଭେରେଷ୍ଟର ଶୀର୍ଷରେ ସଫଳତାର ସହ ପହଞ୍ଚି ଜଗନ୍ନାଥଙ୍କର ବାନାକୁ ଉଡାଇଥିଲେ। ଏଥିସହ ସେ ଓଡ଼ିଶାର ପ୍ରଥମ ପର୍ବତାରୋହୀ ଭାବେ ଦୁଇଦୁଇ ଥର ଏଭେରେଷ୍ଟ ଚଢି ଏକ ବିରଳ କୀର୍ତ୍ତିମାନ କରିଥିଲେ। ଏହି ଅଭିଯାନ ଶେଷକରି ଆସୁଥିବା ସମୟରେ ଶୀର୍ଷରୁ କିଛି ମିଟର ତଳେ ବାଲକୋନିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏଥିସହ ଓଡ଼ିଶା ହରାଇଥିଲା ତା’ର ଏକ ମହାନ ପର୍ବତାରୋହୀଙ୍କୁ ତାଙ୍କର ଦ୍ବିତୀୟ ଏଭେରେଷ୍ଟ ସଫଳତା ତଥା ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଓଡ଼ିଶାର ସମସ୍ତ ପର୍ବତାରୋହୀ ଓ ଅନୁଗାମୀ ଅଶୁଳ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

1 × 3 =