ଢେଙ୍କାନାଳ କଲ୍ୟାଣ ପଣ୍ଡପ ପରିସରରେ ୨ୟ ପର୍ଯ୍ୟାୟ କୋଭିଡ଼ି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଥମେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଟିକା ନେଇଥିଲେ । ଏହି ଟିକା କେନ୍ଦ୍ରରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରିମାନେ ଟିକା ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ଓ ଜିଲ୍ଲାର ପୋଲିସ ବାହିନୀ, ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ଅଧିକରି ଓ କର୍ମଚାରି ମାନେ ଏହି ଟିକା ନେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ ଭମେଶଚନ୍ଦ୍ର ବେହେରା ଏହି ଟିକା ଗ୍ରହଣ କରି ଏହା ସଂପୂର୍ଣ୍ଣ ନିରାପଦ ବୋଲି ପ୍ରକାଶ କରିଛନ୍ତି । ନିଜର କ୍ରମିକ ସଂଖ୍ୟା ଅନୁଯାୟୀ ସମସ୍ତେ ଟିକା ଗ୍ରହଣ କଲେ ଭାରତ କୋରୋନା ମୁକ୍ତ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ