ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧିନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳର ୨୭ ତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ଵ ପରିବେଶ ଦିବସ-୨୦୨୨ ପାଳନ ଅବସରରେ କେନ୍ଦ୍ରରେ ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
କେନ୍ଦ୍ରର ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ଵାରା ଏହି ଦିବସର ଶୁଭାରମ୍ଭ କରଯାଇଥିଲା ଯେଉଁଥିରେ କେନ୍ଦ୍ରୀୟ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପ୍ରୟୋଗଶାଳା, କଲିକତାର ସଂଗ୍ରାହଧକ୍ଷ୍ୟ ଶ୍ରୀ ତାପସ କୁମାର ମହାରଣା ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ବିଜ୍ଞାନ ପ୍ରଦର୍ଶନୀ ଅନ୍ଵେଷଣ କୁଇଜ ପ୍ରତିଯୋଗୀତା ରଖାଯାଇଥିଲା ଯେଉଁଥିରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହା ବ୍ୟତୀତ ଢେଙ୍କାନାଳ ଜିଲ୍ଲାର ପ୍ରଥମ ମହିମା ପରିବେଶ ପୁରସ୍କୃତ ଶ୍ରୀ ପ୍ରଦ୍ୟୁମ୍ନ ରଥଙ୍କ ଦ୍ଵାରା “ପ୍ରକୃତି ସହ କିପରି ସମନ୍ଵୟରେ ବଞ୍ଚିବା” ବିଷୟ ଉପରେ ଏକ ଲୋକପ୍ରିୟ ବ୍ୟାଖ୍ୟାନ ଦିଆଯାଇଥିଲା ଯେଉଁଥିରେ ଶତାଧିକ ଛାତ୍ରଛାତ୍ରୀ ତଥା ଜନସାଧାରଣ ଅଂଶଗ୍ରହଣ କରି ସୁସ୍ଥ ପରିବେଶର ମହତ୍ଵକୁ ହୃଦୟଙ୍ଗମ କରିଥିଲେ । ଶେଷରେ ଶ୍ରୀ ରଥଙ୍କ ଦ୍ଵାରା ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ-୨୦୨୨ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ