Monday, 07/October/2024 10:34
Mo Dhenkanal
ଢେଙ୍କାନାଳ ଖବର

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳର ସଫଳତା : ଜିଲ୍ଲାକୁ ମିଳିଲା ୨୨ ପଦକ, ୮ସ୍ୱର୍ଣ୍ଣ, ୭ରୌପ୍ୟ, ୭ କାଂସ୍ୟ !

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଗତ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଓଡିଶାର ପ୍ରାୟ ୧୬ଟି ଜିଲ୍ଲାର ୩୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ୨୧ଜଣ ପ୍ରତିଯୋଗୀ ଭାଗ ନେଇ ୨୨ଟି ପଦକ ବିଭିନ୍ନ ବର୍ଗରେ ହାସଲ କରିଛନ୍ତି । ସେଥିମଧ୍ୟରୁ ୮ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ହାସଲ କରି ନିଜ ସହ ଅନୁଷ୍ଠାନ ଓ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ସ୍ୱର୍ଣ୍ଣପଦକ ହାସଲକାରୀମାନେ ହେଲେ ବିଶ୍ୱଦର୍ଶିନୀ ବରାଳ, ସୁଚିସ୍ମିତା ସାହୁ, ପେରୀଉଇଙ୍କିଲ୍ ପଟ୍ଟନାୟକ, ଅର୍ପିତା ବେହେରା, ଜୀବନଜ୍ୟୋତି ନାୟକ, ପ୍ରିୟବ୍ରତ ବରାଳ, ପ୍ରିତିଶ ନାଏକ ଓ ସୌମିକ୍ ମହାନ୍ତି ନିଜର ସ୍ୱତନ୍ତ୍ର କୌଶଳ ପ୍ରଦର୍ଶନ କରି ଜିଲ୍ଲାବାସୀଙ୍କ ପାଇଁ ଏହି ପଦକ ଆଣି ଖୁସିବ୍ୟକ୍ତ କରିବା ସହ କୋଚ୍‌ଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ ମହାନ୍ତି କୃତିତ୍ୱ ହାସଲ କରିଥିବା ତାଇକୋଣ୍ଡୋ ଖେଳାଳୀ, ରେଫରୀ ଓ ମୁଖ୍ୟ କୋଚ୍ ମାଷ୍ଟର ଇଂ. ସୌମ୍ୟବ୍ରତ ସାହୁଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ । ଗୁରୁଦେବଜୀ ଏକଡେମୀ ଓ ଆମେଚର୍ ତାଇକୋଣ୍ଡୋର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି ।

Picsart_22-04-11_10-18-21-175

ଢେଙ୍କାନାଳରୁ ଆଶୁତୋଷ ପାଢ଼ିଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

sixteen + 14 =