Sunday, 06/October/2024 03:54
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଯୁକ୍ତ୨ ସିଟ୍‌ ବୃଦ୍ଧି ଆବେଦନ ସମୟ ବଢ଼ିଲା

ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇଁ ଆବେଦନ ସମୟ ୨ଦିନ ବୃଦ୍ଧି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସାମ୍ସ ପୋର୍ଟାଲ www.samsodisha.gov.inରେ ଏଥିପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଥିବାବେଳେ ୨୬ ତାରିଖ ଶେଷଦିନ ଥିଲା। ଏବେ ୨୭ ଓ ୨୮ ତାରିଖରେ ମଧ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ଆବେଦନ କରିପାରିବେ। ୨୭ ତାରିଖ ସକାଳ ସାଢ଼େ ୧୦ଟାରେ ଆବେଦନ ପାଇଁ ପୋର୍ଟାଲ ଖୋଲିବ ଏବଂ ୨୮ ତାରିଖ ରାତି ୧୨ଟା ମଧ୍ୟରେ ଆବେଦନ କରିବାର ଶେଷ ସମୟ ରହିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ ପାଇଥିଲା। ବିକଳ୍ପ ପଦ୍ଧତିରେ ହୋଇଥିବା ମୂଲ୍ୟାୟନ ଯୋଗୁ ରେକର୍ଡ ସଂଖ୍ୟକ ପିଲା ପାସ୍‌ ହୋଇଥିଲେ। ପାସ୍‌ ତୁଳନାରେ ରାଜ୍ୟରେ ଯୁକ୍ତ୨ ସିଟ୍‌ କମ୍‌ ରହିଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଭିତ୍ତିଭୂମି ଥିବା ଶିକ୍ଷାନୁଷ୍ଠାନର ସିଟ୍‌ ବୃଦ୍ଧି ନେଇ ଗଣଶିକ୍ଷା ବିଭାଗ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଆବେଦନ କରିବାକୁ ପ୍ରସ୍ତାବ ଦେଇଥିଲା।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

11 − eight =