ଢେଙ୍କାନାଳ ସଦର,୧୭ ୨(ନି.ପ୍ର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କାଶିଆଡିହି ଗ୍ରାମରେ ଶ୍ରୀ ଚୈତନ୍ୟ ନାମସଂକୀର୍ତ୍ତନ ପ୍ରସାର ସମିତି ତରଫରୁ ପ୍ରଥମ ବାର୍ଷିକ ଚୈତନ୍ୟ ମହୋତ୍ସବ ସମାରୋହ ପାଳିତ ହୋଇଯାଇଛି । ମହୋତ୍ସବ ପାଇଁ ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ୧୨ଟି ମହିଳା ସଂକୀର୍ତ୍ତନ ଦଳ ଯୋଗଦେଇ ଶ୍ରୀ ଚୈତନ୍ୟଙ୍କ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଦଳକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ମନୋଜ କୁମାର ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କଳା ସଂସ୍କୃତି ସଙ୍ଘର ସଭାପତି ଅବନୀ ମିଶ୍ର ଯୋଗଦେଇ ଥିଲେ ।
ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଜ୍ଞାନେନ୍ଦ୍ର ସାହୁ, ସମ୍ମାନିତ ଅତିଥୀ ଭାବରେ ସମାଜସେବୀ କ୍ଷୀରୋଦ ପାତ୍ର, ଓଡାପଡା କଳାସଂସ୍କୃତି ସଙ୍ଘର ଉପସଭାପତି ଦୁର୍ଯ୍ୟୋଧନ ଜେନା ଯୋଗ ଦେଇଥିଲେ। ବିବରଣୀ ପାଠ ପ୍ରକାଶ କୁମାର ପରିଡା କରିଥିବା ବେଳେ ନୃସିଂହ ନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମାରୋହରେ ରାଧାକୃଷ୍ଣ ଫାଉଣ୍ଡେସନର ନରେନ୍ଦ୍ର ରାଉତ, ବିପିନ ବିହାରୀ ଜେନା, ପ୍ରଭାସ ଜେନା, କୈଳାସ ଚନ୍ଦ୍ର ରାଉତ, ନରେନ୍ଦ୍ର ଦାସ, ନିର୍ମଳ ବେହେରା, ମନୋଜ ପରିଡା, ଆଦିତ୍ୟ ପରିଡା, କ୍ଷିତିଶ୍ ପ୍ରଧାନ, ସୁଶାନ୍ତ ଦାସ, ମଦନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ:ବିଜ୍ଞାନ ମହାନ୍ତି.