Sunday, 06/October/2024 04:07
Mo Dhenkanal
ଢେଙ୍କାନାଳ ଖବର

ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଦଶମ ବାର୍ଷିକ କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବ ୨୦୨୨ ଅନୁଷ୍ଠିତ ।

ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ପରିସରରେ ଆମେଚର ତାଇକୋଣ୍ଡୋ ଆସୋସିଏସନ ଏବଂ ଗୁରୁଦେବଜୀ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ୧୦ମ କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବ-୨୦ ୨୨ ଅନୁଷ୍ଠିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ପ୍ରିୟ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ବେଲ୍ଟ ପ୍ରଦାନ କରି ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଗୁରୁଦେବଜୀ ଗୁରୁକୁଳର ଏହି ଭଳି ପ୍ରୟାସକୁ ଭୁଅଁସୀ ପ୍ରଶଂସା କରିଛନ୍ତି । ସମ୍ମାନିତ ଅତିଥିଭାବେ ବରିଷ୍ଠ କ୍ରୀଡ଼ା ଘୋଷକ ଅମୀୟ ଚାନ୍ଦ, ଢେଙ୍କାନାଳ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାଶ, ବରିଷ୍ଠ ସମାଜସେବୀ ଡ଼. ସୁରେଶ ଚନ୍ଦ୍ର ପଣ୍ଡା, ଯୁବ ଉଦ୍ୟୋଗୀ ଜଗଦୀଶ ସାମଲ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ ତଥା ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ଭଳି ନିଆରା କଳାକୁ ଆଗକୁ ଆଣିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାରେ ବରିଷ୍ଠ ଆସୋସିଏସନର।ସଭାପତି ତଥା ବରିଷ୍ଠ ସାମ୍ବାଦିକ ରତନ ନାୟାର ସଭାପତିତ୍ୱ କରିଥିବା ସହ ଅନୁଷ୍ଠାନର ସଫଳତା ସମ୍ପର୍କରେ ମତ ପ୍ରକାଶ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲାପାଳ ଶ୍ରୀ ସେଠୀ କହିଲେ ଯେ, ଆଜିର ଦିନରେ ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ନିହାତି ଜରୁରି । ଏହି କଳାକୌଶଳ ଶିଖିବା ଦ୍ଵାରା ନିଜକୁ ସୁସ୍ଥ ରଖିବା ସହ ନିଜର ସୁରକ୍ଷା ନିଜେ କରିପାରିବା। ଆମ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ତାଲାକୋଣ୍ଡାରେ ରାଜ୍ୟ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରି ଢେଙ୍କାନାଳର ଗୌରବ ରଖିବାପାଇଁ ପରାମର୍ଶ ଦେଇଥିଲେ ।

Picsart_22-04-11_10-18-21-175

ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ତଥା ଗୁରୁଦେବଜୀ ଗୁରୁକୁଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ବାର୍ଷିକ ବୀବରଣୀ ପାଠ କରିବା ସହ ଅନୁଷ୍ଠାନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ପିଲାମାନେ ପାଠ ପଢିବା ସହ ବିଭିନ୍ନ କ୍ରୀଡା ଶିକ୍ଷା ଲାଭ କଲେ ଫିଜିକାଲି ଫିଟ ରହିବା ସହିତ ନିଜକୁ ସୁସ୍ଥ ରଖିବେ, ନିଜେ ସୁସ୍ଥ ରହିଲେ ପାଠ ପଢା ରେ ଆଗ୍ରହ ରହିବ । ବର୍ତ୍ତମାନ ସମୟରେ କେବଳ ଛାତ୍ରଛାତ୍ରୀ ମାନଙ୍କ ସହ ସବୁ ବର୍ଗରେ ଆତ୍ମରକ୍ଷା କୌଶଳ ଶିକ୍ଷାଲାଭ କରିବା ନିହାତି ଆବଶ୍ୟକ ହୋଇପଡିଛି ଯାହା ଆପଣ ମାନେ କୌଣସି ଅସୁବିଧା ରେ ପଡ଼ିଥିଲେ ନିଜକୁ ସୁରକ୍ଷିତ ରଖିପାରିବ। ଢେଙ୍କାନାଳ ଜିଲ୍ଲାରେ ତାଇକୋଣ୍ଡାର ଏକ ସ୍ଵତନ୍ତ୍ର ସୁନାମ ରହିଛି । ଏହାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା, ଅଭିଭାବକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଚଳିତ ବର୍ଷ ବ୍ଲାକ ବେଲ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରିୟବ୍ରତ ବରାଳଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ୬୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଏଲୋ ବେଲ୍ଟ, ଗ୍ରିନ ବେଲ୍ଟ, ବ୍ଲୁ ଷ୍ଟ୍ରିପ ବେଲ୍ଟ, ବ୍ଲୁ ବେଲ୍ଟ, ରେଡ଼ ଷ୍ଟ୍ରିପ ବେଲ୍ଟ, ରେଡ଼ ବେଲ୍ଟ, ବ୍ଲାକ ଷ୍ଟ୍ରିପ ବେଲ୍ଟ ଇତ୍ୟାଦି ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରଯାଇଥିଲା ।

ଏହି କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବର ସକାଳ ପ୍ରାରମ୍ଭିକ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅର୍ଚ୍ଚନା ପୁହାଣ ଯୋଗଦେଇ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବିବ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ରୋଟାରିଆନ ନିରଦାନନ୍ଦ ନନ୍ଦ ଓ ବରିଷ୍ଠ ସାମ୍ବାଦିକ ଅଥୟ କୁମାର ସାହୁ ଯୋଗାଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ସଫଳ କାମନା କରିଥିଲେ । ପରେପରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଶକ୍ତି ବାହିନୀର ସମ୍ପାଦିକା ସୁଶ୍ରୀ ସିବାନୀ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ତାଇକୋଣ୍ଡୋରେ ଢେ଼ଙ୍କାନାଳ ଜିଲ୍ଲା ଅନେକ ଥର ରାଜ୍ୟରେ ଶ୍ରେଷ୍ଠତା ଅର୍ଜନ କରିଥିବାରୁ ପ୍ରଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶେଷରେ ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟ ବିଜ୍ଞାନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଇନ୍ଦ୍ରଜିତ ସାହୁ, ଡାର୍ଲିଂ ଡାଲଟନ, ପ୍ରତାପ ନାଏକ, ସୁଶୀ ସଂଗୀତା ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଓ ଅବିଭାବକମାନେ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

14 + 11 =