ବ୍ରହ୍ମପୁର: ଗୋପାଳପୁର ହୋଟେଲ ମେ’ ଫେୟାରରେ ବିବାହ ଉତ୍ସବ ବେଳେ କୋଭିଡ୍ କଟକଣା ଉଲ୍ଲଂଘନ ମାମଲାରେ ବର ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି । ଏହାସହତ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ ଏପଟେ ବିବାହ ଉତ୍ସବରେ ନିୟମକୁ ବେଖାତିର କରିଥିବାରୁ ଏ ମାମଲାରେ କଠୋର ହୋଇଛି ଉଭୟ ପୁଲିସ ଓ ପ୍ରଶାସନ। ଗୁରୁବାର ମେ ଫେୟାର ହୋଟେଲରେ ଆୟୋଜିତ ଏକ ବିବାହ ଉତ୍ସବରେ ବହୁ ଲୋକେ ଏକାଠି ହୋଇଥିଲେ।
ତେବେ ବର ଶୋଭାଯାତ୍ରା ବେଳେ କେହି ସାମାଜିକ ଦୂରତା ନିୟମ ପାଳନ କରିନଥିବାର ଭିଡିଓ ଭାଇରାଲ ହୋଇଥିଲା ସେପଟେ ଏ ଘଟଣା ପରିପ୍ରେକ୍ଷୀରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘର ଆୟୋଜିତ ଗୋପାଳପୁରର ହୋଟେଲ ମେଫେୟାର ସିଲ୍ କରାଯାଇଛି। ହୋଟେଲକୁ ୭ ଦିନ ପାଇଁ ସିଲ୍ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗିରଫ କଲା ଗୋପାଳପୁର ପୁଲିସ। ନିଜେ ବର ସହ ବାପା, ବଡ଼ବାପା ଓ ୨ ଦାଦା ଗିରଫ ହୋଇଛନ୍ତି।