Tuesday, 08/October/2024 12:10
Mo Dhenkanal
ଢେଙ୍କାନାଳ ଖବର

ବଣସିଂହ ହାଇସ୍କୁଲ ୧୯୯୩ ମସିହା ବ୍ୟଚର ବନ୍ଧୁମିଳନ

ଢେଙ୍କାନାଳ ଯତନନଗରଠାରେ ବଣସିଂହ ହାଇସ୍କୁଲ ୧୯୯୩ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଦିବଙ୍ଗତ ଶିକ୍ଷକ ସ୍ବର୍ଗତ ନୃସିଂହ ଚରଣ ହୋତା, ଗୋବିନ୍ଦଚନ୍ଦ୍ର ପାଣିଗ୍ରାହୀ ଓ ହରେକୃଷ୍ଣ ହୋତାଙ୍କ ଅମରାତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ଶତପଥୀ, ସର୍ବେଶ୍ୱର ହୋତା, ହିଂମାଶୁ ହୋତା, ନଗେନ ପଣ୍ଡା, ବିଧାନ ହୋତା, କମଳ ଶତପଥୀ, ବନ୍ଦିତା ପଣ୍ଡା, ସରୋଜିନୀ ପଣ୍ଡା, ବନିତା ପଣ୍ଡା, ରଶ୍ମିରେଖା, ବନ୍ଦିତା ଶତପଥୀ, ମମତା, ବାସନ୍ତି, ସଂଘମିତ୍ରା ପ୍ରମୁଖ ବହୁ ଛାତ୍ରୀଛାତ୍ରଙ୍କ ସପରିବାର ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ସାରଙ୍ଗ ମିଶ୍ର, ଶଙ୍କର୍ଷଣ ଶତପଥୀ, ମୁରଲିଧର ପଣ୍ଡା, ରବି ନାରାୟଣ ପଣ୍ଡା, ବେଣୁଧର ଶତପଥୀ, ଆଦିକନ୍ଦ ଧଳ, ପ୍ରମିଳା ମହାନ୍ତି, ମଦନ ମୋହନ ପାଣି ପ୍ରମୁଖ ପୁରାତନ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ପ୍ରଧାନ ଶିକ୍ଷକ ଅନୁରୋଧ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175
IMG-20230205-WA0003
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

seven + 8 =